ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଲେଖିଥିଲେ " ମଣିଷତ୍ୱ ର ପତନ ସେତେବେଳେ ଘଟିଥାଏ ଯେତେବେଳେ ଅଦୃଶ୍ୟ ଭଗବାନଙ୍କୁ ଅନନ୍ତ ଭାବିବା ଏବଂ ଭବିଷ୍ୟ କହୁଥିବା ଲୋକ ଯାହାକୁ ଆମ୍ୱେକେବେ ଭଲକି ଜାଣି ନାହୁଁ ତାଙ୍କୁ ବିଶ୍ୱାସ କରି ଭଗବାନଙ୍କ ପୂଜା କରିବା. ହେ ମଣିଷ ଜାତି ଯଦି ତୁମେ ତୁମର ଭଲ ଚାହୁଁ ଅଛ ତେବେ ସାମ୍ପ୍ରଦାୟିକ ସଙ୍ଘର୍ସ କୁ ଭୁଲି ଯା. ନିଜର ଜୀବିତ ଗୁରୁ କିମ୍ବା ଇଶ୍ୱର ଙ୍କ ସହିତ ଜଡିତ ରୁହ ଏବଂ କେବଳ ତାଙ୍କୁ ହିଁ ପ୍ରେମେକର ଯିଏ ତାଙ୍କ ନିଜ ରୂପରେ ସମସ୍ତଙ୍କୁ ପ୍ରେମ କରନ୍ତି. କାରଣ ଅତୀତ କୁହାଯାଇଥିବା ପବିତ୍ର ବାଣୀ ବର୍ତମାନ ରେ ଦିବ୍ୟ ମଣିଷଙ୍କ ଠାରେ ଦେଖାଯାଇଥାଏ".
ଅନୂକୁଳଚନ୍ଦ୍ର କାହାକୁ ବି ନିଜର ଶିଷ୍ୟ ମାନୁନଥିଲେ ଯିଏ ନିଜର ନିଜ ମତ କୁ ବଦଳାଇଥାଏ. ଅନୁକୂଳଚନ୍ଦ୍ର କହିଥିଲେ ଯଦି ସବୁଧର୍ମର ଲୋକ ଏକାସାଙ୍ଗରେ ଆସନ୍ତି ତେବେ ସାମ୍ପ୍ରଦୟିକ ଏକତା କୁ ମଜବୂତ କରିପାରିବେ.
ଅନୁକୂଳଚନ୍ଦ୍ର ଙ୍କ ଜନ୍ମ ୧୪ ସେପ୍ଟେମ୍ବର ୧୮୮୮ ମସିହାରେ ହିମଇତିପୁର ଗ୍ରାମ, ପବନ ଜିଲା , ବଙ୍ଗଳାଦେଶରେ ହୋଇଥିଲା ଏବଂ ଦେହାନ୍ତ ୨୭ ଜାନୁଆରୀ ୧୯୬୯ ରେ ହୋଇଥିଲା.
ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ବୋର ମା (ସରସିବାଲା ଦେବୀ) ଏବଂ ତାଙ୍କର ଦ୍ୱିତୀୟ ସ୍ତ୍ରୀ ଙ୍କ ନାମ ସର୍ବମଙ୍ଗଳା ଦେବୀ ଥିଲା. ତାଙ୍କର ଦୁଇ ଟି ପୁତ୍ରସନ୍ତାନ ଏବଂ ତିନୋଟି ପୁତ୍ରୀ ସନ୍ତାନ ଥିଲେ. ପୁତଙ୍କ ନାମ ଅମରେନ୍ଦ୍ରନାଥ ଏବଂ ବିବେକ ରଞ୍ଜନ ଏବଂ ପୁତ୍ରୀ ଙ୍କ ନାମ ସାଧନା ଦେବୀ, ସାନ୍ତ୍ୱନା ଦେବୀ ଓ ଅନୁକ ଦେବୀ ଥିଲା. ମାଙ୍କ ନାମ ମନମୋହିନୀ ଦେବୀ ଯିଏ ତାଙ୍କର ପ୍ରଥମ ଗୁରୁ ମଧ୍ୟ ଥିଲେ.
ଶ୍ରୀ ଶ୍ରୀ ଠାକୁର ଜଣେ ଚିକିସ୍ଛକ ଥିଲେ ସେ ଏଲିଓପାଥି ରେ ନିଜର ଡାକ୍ତରୀ ପାଠ କୋଲକାତା ମେଡିକାଲ କଲେଜେ ରେ ଶେଷ କରିଥିଲେ. ସେ ତାଙ୍କର ଚିକିସ୍ଛା ହିମଇତି ପୁର ଗ୍ରାମରେ ୧୯୧୨ ମସିହାରେ ଆରମ୍ଭ କରିଥିଲେ.
ସେ ରୋଗୀମାନଙ୍କର ଚି଼କିସ୍ଛା ସେମାଙ୍କର ଆର୍ଥିକ ଏବଂ ଦେହ କୁ ସୁହାଇଲା ଭଳି ଚିକିସ୍ଛା ଯେମିତି ସେ ଏଲିଓପାଥି, ହୋମେଓପାଥି, ଆୟୁର୍ବେଦିକ ଏବଂ ଗ୍ରାମୀଣ ପ୍ରଣାଳୀରେ କରୁଥିଲେ. ସେ ଲୋକ ମାନଙ୍କ ଠାରୁ ଫଳ ଏବଂ ପନିପରିବା ନେଇ ଚିକିସ୍ଛା କରୁଥିଲେ. ତାଙ୍କର ଏହି ଭଲ ଗୁଣ ଯୋଗୁ ଲୋକ ମାନେ ତାଙ୍କୁ ଅନୁସରଣ କରିବାକୁ ଲାଗିଲେ. ବହୁତ ଅଳ୍ପ ଦିନ ଭୀତ ରେ ତାଙ୍କର ବହୁତ ଅନିସରଣକାରୀ ଲୋକଙ୍କ ସଂଖ୍ୟା ବଢିଗଲା. ମୁକ୍ତ ରେ ଖାଇବାକୁ ପାଇଥାନ୍ତି.
ଲୋକମାନେ ସତସଙ୍ଗ ନାମରେ ଗୋଟାଏ ସଂସ୍ଥା ଗଠନ କରିଥିଲେ ଯାହାକି ଶ୍ରୀ ଶ୍ରୀ ଠାକୁର ଙ୍କ ନାମରେ ପ୍ରଚାର କରାଗଲା. ଏହାର ପ୍ରଥମ ପ୍ରେସିଡେଣ୍ଟ ମନମୋହିନୀ ଦେବୀ ଥିଲେ. ମନମୋହିନୀ ଦେବୀ ସତସଙ୍ଗ ଆନନ୍ଦ ବଜ଼ାର ଆରମ୍ଭ କରିଥିଲେ ଯେଉଁ ଠାରେ ଲୋକମାନେ ଦିନରେ ଦୁଇ ଥର ମୁକ୍ତ ଖାଇବା କୁ ଦିଆଯାଏ. ଏହି ଆନନ୍ଦ ବଜ଼ାର ସଂସ୍ଥା ଏବେବି ଚାଲୁଅଛି ଏବଂ ହଜାର ହଜାର ଲୋକମାନେ
ଶ୍ରୀ ଶ୍ରୀ ଠାକୁର ଙ୍କ ଦେହାନ୍ତ ୨୭ ଜାନୁଆରୀ ୧୯୬୯ ରେ ହୋଇଥିଲା. ତାଙ୍କ ଅନ୍ତେ ସେ ସଂସ୍ଥା ର କାର୍ଯ୍ୟଭାର ତାଙ୍କର ବଡ ପୁଅ ଅମରେନ୍ଦ୍ରନାଥ ଚକ୍ରବରତି ଗ୍ରହଣ କରିଥିଲେ. ବର୍ତମାନ ତାଙ୍କର ନାତି ଅଶୋକ ଚକ୍ରବରତି ସେ ସଂସ୍ଥା ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି.
Click for more






Dada jay guru, maa jay guru
ReplyDeletehttps://www.ysmobo.com/ad/Track/404/63820